ସେପ୍ଟେମ୍ୱର ୩ରୁ ସ୍ପେସାଲ ଓଜେଇଇ ଅନୁଷ୍ଠିତ ହେବ । ତେବେ ଆସନ୍ତା ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ପରୀକ୍ଷା ହେବ । ଏମବିଏ, ବି ଟେକ, ବି ଫାର୍ମା ବିଭାଗର ପରୀକ୍ଷା ହେବ । ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟାରେ ସରିବ ପରୀକ୍ଷା । ୪ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା । ସ୍ପେସାଲ ଓଜେଇଇରେ ମୋଟ ୨୮, ୬୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏହି ପରୀକ୍ଷା ଓଡ଼ିଶାର ୨୮ଟି ସହରର ୩୮ କେନ୍ଦ୍ରରେ ଅନୁଷ୍ଠିତ ହେବ । କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ କେନ୍ଦ୍ର ରହିବ । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓଜେଇଇ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ