ଚନ୍ଦ୍ରଯାନ-୩ର ସଫଳ ଅଭିଯାନ ପରେ ଏବେ ସୂର୍ଯ୍ୟ ଉପରେ ଗବେଷଣା ପାଳି । ସେପ୍ଟେମ୍ବର ୨ରେ ଲଞ୍ଚ ହେବ ମିଶନ ଆଦିତ୍ୟ ଏଲ ଓ୍ବାନ୍ । ଏହା ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ଇସ୍ରୋର ସ୍ପେଶ ଆପ୍ଲିକେସନ ସେଣ୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଦିତ୍ୟ ଏଲ ଓ୍ବାନ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଶ୍ରୀହରିକୋଟା ସ୍ଥିତ ସତିଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଏହାର ଉତକ୍ଷେପଣ ହେବ । ଧାର୍ଯ୍ୟ ହୋଇଥିବା ସ୍ଥାନକୁ ପହଞ୍ଚିବା ପାଇଁ ଆଦିତ୍ୟ ଏଲଓ୍ବାନକୁ ପାଖାପାଖି ୧୨୭ ଦିନ ସମୟ ଲାଗିବ । ଯାହା ପୃଥିବୀରୁ ୧୫ ଲକ୍ଷ କିଲୋମିଟର ଦୂରତା । ଆଦିତ୍ୟ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ସୋଲାର ସିଷ୍ଟମ ଉପରେ ମଧ୍ୟ ଗବେଷଣା କରିବ । ପୃଥିବୀର ଜୀବନ ଧାରଣ କ୍ଷମତା ପଛରେ ସୂର୍ଯ୍ୟର ଅବଦାନ ଉପରେ ଆହୁରି ଅଧିକ ଗବେଷଣା କରାଯିବ । ଏହି ମିଶନ ପାଇଁ ଇସ୍ରୋର ବୈଜ୍ଞାନିକ ବେଶ ଉତ୍ସାହିତ ଅଛନ୍ତି । ଏଥିସହ ଭାରତ ବିଜ୍ଞାନ କ୍ଷେତ୍ରରେ ଆହୁରି ଉପରକୁ ଯିବ ବୋଲି ଆଶା କରାଯାଉଛି । ସେପଟେ ପୁଣି ପହଞ୍ଚିଛି ଶିବଶକ୍ତି ପଏଣ୍ଟରେ ରୋଭର ପ୍ରଜ୍ଞାନ ବୁଲିବାର ଭିଡିଓ । ଚନ୍ଦ୍ରପୃଷ୍ଠରେ ବିଭିନ୍ନ ଗବେଷଣା କରି ତଥ୍ୟ ଯୋଗାଡ କରୁଛି ପ୍ରଜ୍ଞାନ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ