The Topmost

“The eyes believe themselves, the ears believe other people.”

ସେପ୍ଟେମ୍ବର ୨ରେ ଆରମ୍ଭ ହେବ ସୂର୍ଯ୍ୟ ମିଶନ

ସପ୍ତାହେ ପରେ ଇସ୍ରୋର ସୂର୍ଯ୍ୟ ମିଶନ । ଲୁନାର ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ ପରେ ସୌରକ୍ଷେତ୍ରରେ ଗବେଷଣା ପାଇଁ ସନ୍ ମିଶନ ଲଞ୍ଚ କରିବ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥା । ପୂର୍ବରୁ ସେପ୍ଟେମ୍ବରରେ ମିଶନ ଆରମ୍ଭ ନେଇ ଘୋଷଣା କରାଯାଇଥବା ବେଳେ ଏବେ ଇସ୍ରୋ ମିଶନର ତାରିଖ ଘୋଷଣା କରିଛି । ସେପ୍ଟେମ୍ବର ୨ତାରିଖରେ ଭାରତ ଆରମ୍ଭ କରିବ ସୂର୍ଯ୍ୟ ମିଶନ । ସୌରକ୍ଷେତ୍ର ଉପରେ ତଥ୍ୟ ହାସଲ କରିବାକୁ ସ୍ପେସ ମେସିନ ପଠାଇବ ଇସ୍ରୋ । ସୂର୍ଯ୍ୟ-ପୃଥିବୀର ଲାଗରେଞ୍ଜ ପଏଣ୍ଟ-୧ ଚାରିପାଖରେ ଅର୍ଥାତ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ହାଲୋ ଅରବିଟରେ ଅବସ୍ଥାପିତ ହେବ ଆଦିତ୍ୟ-L1 । ଏଲ ଓ୍ବାନ ପଏଣ୍ଟରେ ପହଞ୍ଚିବା ଲାଗି ଆଦିତ୍ୟ ଏଲ ଓ୍ବାନକୁ ଲାଗିବ ପ୍ରାୟ ୪ ମାସ । ବିଭିନ୍ନ ଗବେଷଣା ଲାଗି ଆଦିତ୍ୟ L1 ସହ ପଠାଯିବ ୭ଟି ପେ-ଲୋଡ । ସେମାନେ ଅଲଗା ଅଲଗା ୱେଭ ବ୍ୟାଣ୍ଡରେ ଫୋଟୋ ସ୍ପେୟର, କ୍ରୋମୋ ସ୍ପେୟର ଏବଂ ସୂର୍ଯ୍ୟର ସବୁଠାରୁ ବାହାର ସ୍ତର କରୋନାର ପର୍ଯ୍ୟବେକ୍ଷଣ କରିବାରେ ସାହାଯ୍ୟ କରିବ । ଆଦିତ୍ୟ ଏଲ-୧ ସମ୍ପୂର୍ଣ ସ୍ୱଦେଶୀ ମିଶନ ବୋଲି ଇସ୍ରୋର ପକ୍ଷରୁ କୁହାଯାଇଛି । ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଷ୍ଟ୍ରୋ ଫିଜିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିସହିତ ପୁଣେର ଇଣ୍ଟର ୟୁନିଭର୍ସିଟି ସେଣ୍ଟର ଫର ଏଷ୍ଟ୍ରୋନମି ଆଣ୍ଡ ଏଷ୍ଟ୍ରୋଫିଜିକ୍ସର ଭୂମିକା ରହିଛି । ଏହି ଦୁଇ ସଂସ୍ଥା ବିଭିନ୍ନ ପେଲୋଡ ବିକଶିତ କରିବାରେ ସାହାଯ୍ୟ କରିଛନ୍ତି ।