The Topmost

“The eyes believe themselves, the ears believe other people.”

ସୂର୍ଯ୍ୟ ଅଭିମୁଖେ ଆଉ ପାଦେ ଆଗେଇଲା ଆଦିତ୍ୟ L1

ସୂର୍ଯ୍ୟ ଅଭିମୁଖେ ଆଉ ପାଦେ ଆଗେଇଲା ଆଦିତ୍ୟ ଏଲ୧ । ସଫଳତାର ସହ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ ୧ । ବିଳମ୍ବିତ ରାତିରେ କକ୍ଷ ପଥ ପରିବର୍ତ୍ତନ କରିବା ନେଇ ଟ୍ବିଟ୍ କରି ସୂଚନା ଦେଇଛି ଇସ୍ରୋ । ଆସନ୍ତା ୧୦ ତାରିଖରେ ଆଦିତ୍ୟ ଏଲ ୧ ବଦଳାଇବ ତୃତୀୟ କକ୍ଷପଥ । ଗତ ରବିବାର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଥିଲା ଆଦିତ୍ୟ ଏଲ୧ । ବର୍ତ୍ତମାନ ନିଜ କକ୍ଷ ପଥରେ ଆଦିତ୍ୟ ଏଲ୧ ସମ୍ପୂର୍ଣ୍ଣ ସଫଳ ହେଉଛି ଏବଂ କମାଣ୍ଡ ଅନୁସାରେ କାର୍ଯ୍ୟ କରୁଛି । ବେଙ୍ଗାଳୁରୁସ୍ଥିତ ଆଇଏସଟିଆରଏସିରୁ ଆଦିତ୍ୟ ଏଲ୧ ସୁପରିଚାଳିତ ହେଉଛି । ୧୬ ଦିନ ଯାଏ ଆଦିତ୍ୟ ଏଲ୧ ପୃଥିବୀଭିତ୍ତିକ କକ୍ଷପଥରେ ରହିବ । ଏହି ସମୟ କାଳ ମଧ୍ୟରେ ୫ଟି କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା ରହିଛି । ପରେ ନିଜର ଯାତ୍ରା ଲାଗି ଏହା ସମ୍ପୂର୍ଣ୍ଣ ଗତିକ୍ଷମତା ଲାଭ କରିବ । ପରେ ଆଦିତ୍ୟ ଏଲ୧ ‘ଟ୍ରାନସ ଲାଗରେଞ୍ଜିଆନ୧ରେ ପ୍ରବେଶ କରିବ । ଏହା ପରେ ୧୧୦ ଦିନ ଲାଗି ଆଦିତ୍ୟ ଏଲ୧ ଗତି କରିବା ସହ ଏଲ୧ ପଏଣ୍ଟରେ ଅବସ୍ଥାପିତ ହେବ । ଏଲ୧ ପଏଣ୍ଟରେ ପ୍ରବେଶ କରିବା ପରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ରହିଥିବା ଭାରସାମ୍ୟମୂଳକ ପଏଣ୍ଟରେ ଏହା ଅବସ୍ଥାପିତ ହେବ ।