ସୂର୍ଯ୍ୟପରାଗ ପାଇଁ ଆଜି ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହା ସହିତ ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ, ବ୍ୟାଙ୍କିଂ ପ୍ରତିଷ୍ଠାନ ଓ ଅନ୍ୟ କାର୍ଯ୍ୟାଳୟ ବି ବନ୍ଦ ରହିଛି । ତେବେ ଆଜି ଭୋର ୪ଟା ୫୬ମିନିଟ ୫୨ସେକେଣ୍ଡରୁ ପରାଗ ଆରମ୍ଭ ହୋଇଛି । କାଲି ପ୍ରାତଃ ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବମୋକ୍ଷ ହେବ । ହିନ୍ଦୁ ରୀତିନୀତି ଅନୁସାରେ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ । ସୂର୍ଯ୍ୟପରାଗ ଦୃଶ୍ୟ ହେତୁ ଆଜି ଭୋର ୫ଟା ୪୩ ମିନିଟ ପରଠାରୁ ପାକ ନିଷେଧ କରାଯାଇଛି । ଅନ୍ନ ଭୋଜନ, ଦେବନୀତି ବାରଣ କରାଯାଇଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା