ସୁଧୁରୁଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ରିଷଭଙ୍କୁ ଏବେ ଆଇସିୟୁରୁ ୱାର୍ଡକୁ ଅଣାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି । ପୂର୍ବରୁ ତାଙ୍କର ଏମଆରଆଇ ସ୍କାନ କରାଯାଇଥିଲା, ଏଥିରେ ତାଙ୍କର ମସ୍ତିଷ୍କ ଓ ମେରୁଦଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା । ତେବେ ରିଷଭଙ୍କ ଲିଗାମେଣ୍ଟକୁ ଆଘାତ ଲାଗିଛି । ଏହା ଠିକ୍ ହେବାକୁ ୩ରୁ ୬ ମାସ ସମୟ ଲାଗିବ ବୋଲି କୁହାଯାଉଛି । ଏହାକୁ ନେଇ ରିଷଭଙ୍କୁ ସେହି ସମୟ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବାକୁ ପଡ଼ିବ । ଦୁର୍ଘଟଣା ବେଳେ ରିଷଭଙ୍କ ମୁହଁରେ ମଧ୍ୟ ଆଘାତ ଲାଗିଥିଲା । ଏହାକୁ ଭରିବାକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ