ଆସନ୍ତାକାଲି ୭୫ତମ ସାଧାରଣତନ୍ତ୍ର ଦିବସ ପାଳିବ ସାରା ଦେଶ । ଏଥିଲାଗି ସାରା ଦେଶ ଚଳଚଞ୍ଚଳ । ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବ ଲାଗି ବ୍ୟାପକ ଆୟୋଜନ ହୋଇଛି । କର୍ତ୍ତବ୍ୟପଥରେ ଏହି ପରେଡ୍ ପ୍ରଦର୍ଶିତ ହେବ । ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ପ୍ରଜ୍ଞାପନ ମେଢ ସହ ୩ ସେନା, ଅର୍ଦ୍ଧସାମରିକ ବାହିନୀ, ଏନସିସି ସହ ଅନ୍ୟ ଦଳକୁ ନେଇ ପରେଡ୍ ପ୍ରଦର୍ଶିତ ହେବ। ଏଥିଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କର୍ତ୍ତବ୍ୟପଥରେ ୧୪ ହଜାର ପୋଲିସ କର୍ମୀ ମୁତୟନ ରହିବେ। ଦିଲ୍ଲୀ ସହର ମଧ୍ୟକୁ ଭାରିଯାନ ଏବଂ ହାଲୁକା ମାଲବାହୀ ଯାନ ପ୍ରବେଶ ଉପରେ କଟକଣା ଲାଗିଛି । କର୍ତ୍ତବ୍ୟପଥରେ ୭୭ ହଜାର ଜନତା ପରେଡ ଦେଖିବେ । ସେମାନଙ୍କ ମଧ୍ୟରେ ରହିବେ ୪୨ ହଜାର ଆମନ୍ତ୍ରିତ ଅତିଥି । ଆଜିରାତିରୁ ଦିଲ୍ଲୀର ସମସ୍ତ ସୀମା ସୁରକ୍ଷା୍କର୍ମୀଙ୍କ ନଜରରେ ରହିବ । ସାଧାରଣତନ୍ତ୍ର ଦିବସ ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି । ଆଜି ରାତି ୮ଟାରୁ ଆରମ୍ଭ ହୋଇ କଟକଣା ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜାରି ରହିବ। ନିର୍ଦ୍ଦେଶନାମା ଅନୁସାରେ ନୂଆଦିଲ୍ଲୀ ରେଲୱେ ଷ୍ଟେସନ, ପୁରୁଣା ଦିଲ୍ଲୀ ଷ୍ଟେସନ, ନିଜାମୁଦ୍ଦିନ ଷ୍ଟେସନ ଏବଂ ଆନନ୍ଦବିହାର ଷ୍ଟେସନ ନିକଟରେ କୌଣସି ଗାଡ଼ି ପାର୍କ କରିବାକୁ ଅନୁମତି ନାହିଁ ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର