The Topmost

“The eyes believe themselves, the ears believe other people.”

ସୁପ୍ରିମକୋର୍ଟ-କେନ୍ଦ୍ର ସରକାର ମଧ୍ୟରେ ବଢ଼ିଲା ବିବାଦ

ଆଡଭୋକେଟ ଏଲ.ଚନ୍ଦ୍ରା ଭିକ୍ଟୋରିଆ ଗୌରୀଙ୍କୁ ବିଚାରପତି କରିବା ପ୍ରସଙ୍ଗ । ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ନେଇ ଘନେଇଛି ବିବାଦ । ନିଯୁକ୍ତି ବିରୋଧରେ ହେବାକୁ ଥିବା ଶୁଣାଣିକୁ ୧୦ ତାରିଖ ବଦଳରେ ଆଜି କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି କରିବା ଲାଗି କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପରେ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ଅଦାଲତ । ମାମଲାର ଆଗୁଆ ଶୁଣିବା ଲାଗି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିବ ଶୁଣାଣି । ଆହ୍ଲାବାଦ, କର୍ଣ୍ଣାଟକ ଓ ମାଡ୍ରାସ ହାଇକୋର୍ଟରେ ୧୧ ଜଣ ଆଡଭୋକେଟ ଓ ୨ ଜଣ ଜୁଡିସିଆଲ ଅଫିସରଙ୍କୁ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି କେନ୍ଦ୍ରର ବିଜ୍ଞପ୍ତି ପରେ ବଢିଛି ବିବାଦ । ବଡ କଥା ହେଉଛି- ଭିକ୍ଟୋରିଆ ଗୌରୀ ବିଜେପି ସହ ଜଡ଼ିତ ଥିବାରୁ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ଅଦାଲତ ।