The Topmost

“The eyes believe themselves, the ears believe other people.”

ସୁପ୍ରିମକୋର୍ଟରେ ହିଜାବ ମାମଲାର ଶୁଣାଣି

ସୁପ୍ରିମକୋର୍ଟରେ ହିଜାବ ମାମଲାର ଶୁଣାଣି । କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ହୋଇଥିବା ଆବେଦନର ଶୁଣାଣି ହୋଇଛି । ଜଷ୍ଟିସ୍ ହେମନ୍ତ ଗୁପ୍ତ ଓ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କେତେକ ଗୁରୁତ୍ବପୂର୍ଣ୍ଣ ମତ ପ୍ରକାଶ କରିଥିଲେ । ଉକ୍ତ ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ଗୁପ୍ତ ଶିକ୍ଷାୟତନରେ ହିଜାବ ପିନ୍ଧିବାର ଅଧିକାର ସପକ୍ଷରେ ଯୁକ୍ତି କରୁଥିବା ଓକିଲଙ୍କୁ ପଚାରିଥିଲେ, ‘‘ପୋଷାକ ପିନ୍ଧିବାର ଅଧିକାର ଭିତରେ ପୋଷାକ ଓହ୍ଲାଇ ଦେବାର ଅଧିକାର ବି ତ ଅଛି ?’’ ଓକିଲ ଦେବଦତ୍ତ କମାତ ଉତ୍ତର ଦେଇଥିଲେ, ‘ସ୍କୁଲରେ କେହି ପୋଷାକ ଓହ୍ଲାନ୍ତି ନାହିଁ ।’ ଜଷ୍ଟିସ୍ ଗୁପ୍ତ କହିଥିଲେ, ସମସ୍ୟା ହେଉଛି କେବଳ ଗୋଟିଏ ସମ୍ପ୍ରଦାୟ ହିଜାବ ପିନ୍ଧିବାକୁ ଜିଦ୍ କରୁଛି । ଯେତେବେଳେ କି ଅନ୍ୟ ସବୁ ସମ୍ପ୍ରଦାୟ ଡ୍ରେସ୍ କୋଡ୍‌ର ଅନୁପାଳନ କରୁଛନ୍ତି ।