ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବୈୱନ୍ତ ସିଂହଙ୍କ ହତ୍ୟାକାରୀ ବଲୱନ୍ତ ସିଂହ ରାଜୋଆନାଙ୍କୁ ରାଜକ୍ଷମା ଆବେଦନ ମାମଲାରେ ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ ରହିଛି । ଫାଶୀର ସଜାକୁ କ୍ଷମା କରିବା ପାଇଁ ହୋଇଥିବା ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ରାଜୋଆନାଙ୍କ ତରଫରୁ ଓକିଲ ମୁକୁଲ ରୋହତଗୀ କହିଛନ୍ତି, ବୋମା ବିସ୍ଫୋରଣରେ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ମାମଲାରେ ୨୦୦୭ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଯାଇଥିଲା । ୨୦୧୦ରେ ହାଇକୋର୍ଟ ଏହି ସଜାକୁ ବଳବତ୍ତର ରଖିଥିଲେ । ଦୋଷୀ ବଲୱନ୍ତ ସିଂହ ୨୭ ବର୍ଷ ଧରି ଜେଲରେ ଅଛନ୍ତି । ୨୦୧୨ ତାଙ୍କ କ୍ଷମାପ୍ରାର୍ଥନା ଆବେଦନ କୋର୍ଟର ପଡିରହିଛି । ମୁକୁଲ ରୋହତଗୀ ଆହୁରି ମଧ୍ୟ କହିଥିଲେ ଯେ ମୃତ୍ୟୁଦଣ୍ଡ ମାମଲାରେ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ବ୍ୟକ୍ତିର ମୌଳିକ ଅଧିକାରର କ୍ଷୁର୍ଣ୍ଣ ହେଉଛି ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର