The Topmost

“The eyes believe themselves, the ears believe other people.”

ସୁପ୍ରିମକୋର୍ଟରେ ପଶିଲା ବନ୍ୟା ପାଣି

କମୁଛି ଯମୁନା ଜଳସ୍ତର, ହେଲେ କମିନି ଦୁର୍ଦ୍ଦଶା । ଦିଲ୍ଲୀକୁ ସଙ୍କଟ ଯମୁନା ନଦୀ ବନ୍ୟା ପାଣି । ସୁପ୍ରିମକୋର୍ଟରେ ପଶିଲା ବନ୍ୟା ପାଣି । ମୁଖ୍ୟମନ୍ତ୍ରୀ ଆବାସ ହେଉକି ସରକାରୀ କାର୍ଯ୍ୟାଳୟ, ସବୁଠି ବନ୍ୟାପାଣି । ସବୁ କିଛି ଯମୁନା ପାଣିରେ ଉବୁଟୁବୁ ହେଉଛି । ବନ୍ୟାପାଣି ପଶିବା ଯୋଗୁଁ ରାଜଧାନୀ ଦିଲ୍ଲୀକୁ ପିଇବାପାଣି ଯୋଗାଉଥିବା ତିନୋଟି ୱାଟର ପ୍ଲାଣ୍ଟ ବନ୍ଦ ହୋଇପଡିଛି । ଯାହାକୁ ନେଇ ପିଇବା ପାଣିର ସମସ୍ୟା ଦେଖିବାକୁ ମିଳିଛି । ବନ୍ୟା ଅଂଚଳକୁ ଯାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ସ୍ଥିତିର ସମୀକ୍ଷା କରିଛନ୍ତି । ବନ୍ୟା ପ୍ରଭାବିତ ଅଂଚଳରେ ପହଁଚି ଏନଡିଆରଏଫ ଉଦ୍ଧାର କାର୍ଯ୍ୟ କରୁଛି । ସେପଟେ କିଛି ଲୋକ ନିଜ ଘର ଛାତ ଉପରେ ଆଶ୍ରୟ ନେବା ସହ ଆଉ କିଛି ଅସ୍ଥାୟୀ ଶିବିରରେ ଦିନ ବିତାଉଛନ୍ତି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ରହିବା, ଖାଦ୍ୟ ଓ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତା ୨ଦିନ ପାଇଁ ଆଇଏମଡି ସର୍ତକ ସୂଚନା ଜାରି କରିଛି ।