ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ଏଣିକି ଅର୍ଥ ହେରଫେର ମାମଲା ଓ କଳାଧନ ଗଛିତ କରିବା ଅପରାଧୀଙ୍କୁ ଇଡି ଗିରଫ କରି ପାରିବ । ଏନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରି ଏଭଳି କହିଛନ୍ତି ନ୍ୟାୟାଳୟ । କେବଳ ସେତିକି ନୁହେଁ ଏଭଳି ମାମଲାରେ ଇଡି ଅପରାଧିଙ୍କୁ ଗିରଫ କରିବା ସହ ସେମାନଙ୍କ ସମ୍ପତ୍ତି ମଧ୍ୟ ଜବତ କରିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ପି. ଚିଦାମ୍ବରମଙ୍କ ପୁଅ କିର୍ତ୍ତୀ ଚିଦାମ୍ବରମ, ଅନିଲ ଦେଶମୁଖଙ୍କ ସମେତ ୨୪୨ ଜଣ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ପିଏମଏଲଏ ଭଳି ମାମଲାରେ ଇଡି ଗିରଫ କରିପାରିବ । ଜଷ୍ଟିସ ଦିନେଶ ମାହେଶ୍ୱରୀ, ଜଷ୍ଟିସ ଏଏମ ଖାନବିଲକର ଓ ଜଷ୍ଟିସ ରବିକୁମାରଙ୍କ ଖଣ୍ଡପୀଠ ଏଭଳି ରାୟ ଶୁଣାଇଛନ୍ତି ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି