The Topmost

“The eyes believe themselves, the ears believe other people.”

ସୁପ୍ରିମକୋର୍ଟଙ୍କ ବଡ ଘୋଷଣା

ପଦବୀ କାମ ସମାନ ହେଲେ ବି ଦରମା ସମାନ ହୋଇପାରିବନି । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି । କେବଳ ପଦବୀ ଓ କାମରେ ସମାନତାକୁ ଆଧାର କରି ଜଣେ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ଭଳି ସମାନ ଦରମା ଦାବି କରିପାରିବେ ନାହିଁ । ସବୁ କ୍ଷେତ୍ରରେ ସମାନତା ରହିଥିଲେ ଜଣେ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ଭଳି ପେ-ସ୍କେଲ ଦରମା ଦାବି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମଧ୍ୟପ୍ରଦେଶ ସରକାର ବନାମ ସୀମା ଶର୍ମା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ଦରମା ନିର୍ଦ୍ଧାରଣ ଏକ ନୀତିଗତ ବିଷୟ । କୋର୍ଟ କେବଳ ବିଶେଷ କ୍ଷେତ୍ରରେ ହସ୍ତକ୍ଷେପ କରିପାରିବେ । ଯେତେବେଳେ ଗୋଟିଏ ସଂସ୍ଥାରେ ସମାନ ଯୋଗ୍ୟତା, ସମାନ ପଦବି, ସମାନ କାମରେ ନିଯୁକ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଦରମା ପ୍ରଦାନରେ ପାତର ଅନ୍ତର କରାଯିବ ତାକୁ ବିଶେଷ କ୍ଷେତ୍ର ଭାବେ ବିବେଚନା କରି କୋର୍ଟ ସେଥିରେ ହସ୍ତକ୍ଷେପ କରିପାରିବେ ବୋଲି କହିଛନ୍ତି ।