ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ସମଲିଙ୍ଗୀ ଆଇନଜୀବୀଙ୍କୁ ପଦୋନ୍ନତି ଦେବାକୁ କେନ୍ଦ୍ର କରୁଥିବା ଆପତ୍ତି ଓ ନିଜର ମତ ସାର୍ବଜନୀନ କରିଛନ୍ତି । ସୁପ୍ରିମକୋର୍ଟ କଲେଜିୟମ ୫ ବର୍ଷ ହେଲାଣି ସମଲିଙ୍ଗୀ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ବିଚାରପତି ଭାବେ ପ୍ରମୋସନ ଦେବାକୁ ସୁପାରିସ କରିଛନ୍ତି। ହେଲେ ତାଙ୍କୁ ପଦୋନ୍ନତି ମିଳିନି । ଏଥିପାଇଁ ସର୍ବୋଚ୍ଚ ଅଦାଲତ ତୃତୀୟ ଥର ପାଇଁ ସୌରଭ କ୍ରିପାଲଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଏ ସଂକ୍ରାନ୍ତ ଫାଇଲ ମଧ୍ୟ ସୁପ୍ରିମକୋର୍ଟ ଆଇନ ମନ୍ତ୍ରଣାଳୟ ପାଖକୁ ପଠାଇ ଦେଇଛନ୍ତି। ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ବାରମ୍ବାର ସ୍ୱଚ୍ଛତା କଥା କହୁଥିଲେ। ଏଥିସହ କଲେଜିୟମ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହି ବିବାଦ ଭିତରେ ହିଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଅସଲ ଚେହେରାର ପର୍ଦ୍ଦାଫାସ କରିଛନ୍ତି।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ