ସୁପ୍ରିମକୋର୍ଟଙ୍କ ସବୁ କଟକଣାକୁ ଫୁ କଲେ ଦିଲ୍ଲୀ ବାସିନ୍ଦା । ଲୋକେ ମାନିଲେନି କଟକଣା । ବାଣ ଫୁଟାଇବା ଉପରେ କଟକଣା ଲାଗିଥିବା ସତ୍ୱେ ଦିଲ୍ଲୀରେ ଲୋକେ ବାଣ ଫୁଟାଇଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ଦିଲ୍ଲୀରେ ବାୟୁ ଅଧିକ ପ୍ରଦୂଷିତ ହୋଇଥିବା ଦେଖିବାକୁ ମିଳିଛି । କୁହୁଡି ସହ ଧୂଆଁ ଯୋଗୁ ବାୟୁର ମାନ ଖରାପ ହୋଇପଡିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦୁଇ ଗୁଣା ଖରାପ ହୋଇ ଯାଇଛି । ଆଜି ସକାଳୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ମାନ ଅତି ଶୋଚନୀୟ ଥିବା ରେକର୍ଡ ହୋଇଛି । ଇଣ୍ଡିଆ ଗେଟ୍ ଠାରେ ବାୟୁର ମାନ ସବୁଠାରୁ ଖରାପ ରହିଥିବା ଏୟାର କ୍ୱାଲିଟି ଇଣ୍ଡେକ୍ସରେ ରେକର୍ଡ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ