ପାର୍ବଣରେ ଆରମ୍ଭ ହୋଇଛି ମାଆଙ୍କ ପୂଜାର୍ଚ୍ଚନା । ମୂଳାଷ୍ଟମୀରୁ ବିଭିନ୍ନ ଶକ୍ତିପୀଠ ଗୁଡିକରେ ଷୋଡଶ ଉପଚାରରେ ପୂଜା କରାଯାଉଛି । ବିଭିନ୍ନ ରୀତିନୀତିର ସହ ୧୬ ଦିନ ପର୍ଯ୍ୟନ୍ତ ମାଆଙ୍କର ପୂଜା ସହିତ ଭିନ୍ନ ଭିନ୍ନ ବେଶ କରାଯାଉଛି । ଅନ୍ୟ ଦେବୀ ପୀଠ ଗୁଡିକ ଭଳି ମାଆ କଟକ ଚଣ୍ଡୀଙ୍କ ପୀଠରେ ଚାଲିଛି ପୂଜା । ଆଜି ସୁନାବେଶରେ ଦର୍ଶନ ଦେଇଛନ୍ତି ମାଆ କଟକ ଚଣ୍ଡୀ । ମାଆଙ୍କର ସମସ୍ତ ନୀତି କରାଯିବା ସହିତ ଘଂଟ ଘଂଟା ପଂଚବାଦ୍ୟ ସହ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଛି ମନ୍ଦିର । ସୁନା ବେଶରେ ଦର୍ଶନ ପାଇଁ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଦଶହରା ପର୍ଯ୍ୟନ୍ତ ଦେବୀପୀଠରେ ମାଆ କଟକ ଚଣ୍ଡୀଙ୍କ ଭିନ୍ନ ଭିନ୍ନ ବେଶ କରାଯିବ ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ