ଅସ୍ତ୍ରବିରତିକୁ ଅରାଜି । ସୁଦାନରେ ବହିଲା ରକ୍ତ । ଏୟାରଷ୍ଟ୍ରାଇକରେ ୫ ଶିଶୁଙ୍କ ସମେତ ୧୭ ମୃତ । ରାଜଧାନୀ ଖୋର୍ତୋମରେ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି ୫ ଶିଶୁଙ୍କ ସମେତ ୧୭ ଜଣ । ଆକ୍ରମଣରେ ୨୫ରୁ ଅଧିକ ଘର ଧୂଳିସାତ୍ ହୋଇଛି । ଜନବହୁଳ ୟାରମୋକ ଜିଲ୍ଲାରେ ବି ଆକ୍ରମଣ ଘମାଘୋଟ ହୋଇଛି । ନିଜ ଜିଦରେ ସୁଦାନ ଆର୍ମି ଓ ଆରଏସଏଫ ଅଟଳ ଥିବାବେଳେ ନିରୀହ ଲୋକେ ହୋଇଛନ୍ତି ଶିକାର । ଗତ ଶନିବାର ଉଭୟ ପକ୍ଷ ମଧ୍ୟରେ ୭୨ ଘଣ୍ଟିଆ ଅସ୍ତ୍ରବିରତି ଲାଗୁ କରାଯାଇଥିଲେ ମଧ୍ୟ ତାହାକୁ କେହି ମାନିନାହାନ୍ତି । ବର୍ତ୍ତମାନ ସୁଦ୍ଧା ସୁଦାନରେ ମୃତ୍ୟୁ ସଂଖ୍ୟା ୧ ହଜାର ଟପିଥିବା ସୂଚନା ମିଳିଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ