ସୁଦାନରେ ପ୍ରାୟ ୩ ଲକ୍ଷ ୩୦ ହଜାର ଲୋକ ଘର ଛାଡିଥିବାବେଳେ ଦେଶଛାଡ଼ି ପଳାୟନ କଲେଣି ପ୍ରାୟ ୧ ଲକ୍ଷ ଲୋକ । ଏନେଇ ସ୍ପର୍ଶକାତର ରିପୋର୍ଟ ଦେଇଛି ଜାତିସଂଘ । ଜାତିସଂଘ ଶରଣାର୍ଥୀ ସଂକ୍ରାନ୍ତ ଉଚ୍ଚାୟୁକ୍ତ ବା UNHCR ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ସଙ୍କଟ ଏତେ ତୀବ୍ର ହେଲାଣି ଯେ କିଛିଦିନ ମଧ୍ୟରେ ମୋଟ ୮ ଲକ୍ଷ ଲୋକ ପଡୋଶୀ ରାଷ୍ଟ୍ରକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି । ପଶ୍ଚିମ ଓ ଦକ୍ଷିଣ ଡାରଫର ଅଞ୍ଚଳରେ ସବୁଠାରୁ ଅଧିକ ସମସ୍ୟା ସୃଷ୍ଟି ହୋଇଛି । ରେଗୁଲାର ଆର୍ମିରେ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ ବା RSFକୁ ସାମିଲ କରିବା ପ୍ରସଙ୍ଗକୁ ନେଇ ସାମରିକ ନେତା ଆବଦେଲ ଫତାହ ଅଲ-ବୁରହାନ ଓ ଅର୍ଦ୍ଧସାମରିକ ବାହିନୀ ନେତା ଜେନେରାଲ ମହମ୍ମଦ ହାମଦାନ ଡାଗଲୋଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ମହମ୍ମଦ ହାମଦାନ କହିଛନ୍ତି- ସମସ୍ତ ଆର୍ମି ବେସକୁ ଅଧିକୃତ କରିବା ଯାଏ ସଂଗ୍ରାମ ଜାରି ରହିବ । ସେପଟେ ସାମରିକ ନେତା ଆବଦେଲ ଫତାହ କହିଛନ୍ତି- ଅର୍ଦ୍ଧସାମରିକ ବାହିନୀକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ନ କରିବା ଯାଏ କୌଣସି କଥାବାର୍ତ୍ତା କରାଯିବ ନାହିଁ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍