The Topmost

“The eyes believe themselves, the ears believe other people.”

ସୁଦାନରେ ଏୟାରଷ୍ଟ୍ରାଇକ୍

ସୁଦାନରେ ଏୟାରଷ୍ଟ୍ରାଇକ୍ କଲା ସେନା । ରାଜଧାନୀ ଖାର୍ତୁମର ପଡ଼ୋଶୀ ସହରରେ ଏୟାରଷ୍ଟ୍ରାଇକ୍ ହୋଇଛି । ପଶ୍ଚିମ ଓମଗୁରମ୍ୟାନରେ ସୁଦାନ ସେନା ଏୟାରଷ୍ଟ୍ରାଇକ କରିଛି । ଫଳରେ ୨୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ୧୨ ସପ୍ତାହ ଧରି ସୁଦାନ ସେନା ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ ଜାରି ରହିଛି । ୧୫ ଏପ୍ରିଲରେ ଲଢେଇ ଆରମ୍ଭ ହେବା ପରେ ଆରଏସଏଫ ପକ୍ଷରୁ ରାଜଧାନୀ ଖାର୍ତୁମ, ଓମଗୁରମ୍ୟାନ୍ ଓ ବହରୀରେ ଜୋରଦାର ଆକ୍ରମଣ ଜାରି ରହିଛି । କେତେବେଳେ ଏୟାର ଷ୍ଟ୍ରାଇକ ତ କେତେବେଳେ ତୋପ ମାଡ଼ ଜାରି ରହିଛି । ଆଜି ଯାଏଁ କୌଣସି ମଧ୍ୟସ୍ଥତା ସଫଳ ହୋଇପାରିନି । ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ଜାରି ରହିଥିବା ବେଳେ, ଦେଶ ଗୃହଯୁଦ୍ଧ ଆଡ଼କୁ ମୁହାଁଇଛି । ଲୋକତନ୍ତ୍ରରେ ପରିବର୍ତ୍ତନ ପାଇଁ ସେନାରେ ଏକତା ରକ୍ଷା କରିବାକୁ ଯୁଦ୍ଧ ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ଅଶାନ୍ତି ବଢ଼ିଥିଲା । ଏବେ ସୁଦ୍ଧା ଲଢ଼େଇରେ ୧୧୩୩ ଜଣଙ୍କ ଜୀବନ ଗଲାଣି ।