ଉତ୍ତରାଖଣ୍ଡ ଟନେଲ ଭୁଶୁଡିବା ଘଟଣାରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଏକ ବଡ ସଫଳତା ମିଳିଛି । ସୁଡ଼ଙ୍ଗ ଖୋଳି ପାଇପ ପକାଇ ଶ୍ରମିକମାନଙ୍କୁ ବାହାର କରିବା ପ୍ରୟାସରେ ଫସି ରହିଥିବା ଆମେରିକୀୟ ଅଗର ମେସିନର ଏକ ବଡ଼ ଅଂଶକୁ ଏବେ ପ୍ଲାଜମା କଟର ସାହାଯ୍ୟରେ କାଟି ବାହାର କରାଯାଇଛି । ଏହାମଧ୍ୟରେ ଆମେରିକୀୟ ଡ୍ରିଲିଂ ମେସିନ୍ ମରାମତି କାମ ମଧ୍ୟ ଚାଲିଛି । ଉଦ୍ଧାରକାରୀ ଦଳ ସହ ଜଡ଼ିତ ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ଅବଶିଷ୍ଟ କାର୍ଯ୍ୟ ମଧ୍ୟାହ୍ନ ସାଢ଼େ ୧୨ଟାରୁ ଆରମ୍ଭ ହେବ, ଯାହା ପରେ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କୁ ବାହାର କରାଯାଇପାରିବ ବୋଲି ଆଶା କରାଯାଉଛି । ଏବେ ଉଦ୍ଧାକାରୀ ଦଳ ଫଶିରହିଥିବା ଶ୍ରମିକଙ୍କ ଠାରୁ ମାତ୍ର ୧୦ରୁ ୧୨ ମିଟର ଦୂରତାରେ ଥିବା ଜଣାପଡିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ