December 17, 2025

ସୀମା ବିବାଦକୁ ନେଇ ଚୀନକୁ ଚେତାବନୀ

ସୀମା ବିବାଦ ଭିତରେ ଚାଇନାକୁ ଆଜି ବେଶ ଚମତ୍କାର ଢଙ୍ଗରେ ଚେତାବନୀ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଯେଉଁ ସବୁ ତତ୍ତ୍ୱ ବା ଫୋର୍ସଗୁଡ଼ିକ ଭାରତ ବିରୋଧରେ ସୀମା ପାର ଆତଙ୍କବାଦ କାର୍ଯ୍ୟ କରୁଥିଲେ, ସେମାନେ ଏବେ ଭଲ ଭାବେ ବୁଝି ଯାଇଛନ୍ତି ଯେ ଏହା ଏକ ନୂଆ ଭାରତ। ଏହି ନୂଆ ଭାରତ ସେମାନଙ୍କୁ ଉପଯୁକ୍ତ ଜବାବ ଦେବାକୁ ସକ୍ଷମ ବୋଲି ଜୟଶଙ୍କର କହିଛନ୍ତି। ଏଥିସହ ପାକିସ୍ତାନ ଓ ଚାଇନା ପକ୍ଷରୁ ଜାତୀୟ ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ବିପଦକୁ ମୁକାବିଲା କରିବା ପାଇଁ ଭାରତ ସକ୍ଷମ ବୋଲି ମଧ୍ୟ ସେ କହିଛନ୍ତି। ଉଗାଣ୍ଡାରେ ଥିବା ଭାରତୀୟଙ୍କୁ ସମ୍ବୋଧନ କରି ଏସ ଜୟଶଙ୍କର କେମିତି ଭାରତ ନିଜର ଆଭିମୁଖ୍ୟ ବଦଳାଇ ନୂଆ ଭାରତର ରୂପ ନେଇଛି, ସେକଥା କହିଛନ୍ତି ।

SHARE BY