ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ମାନସିକ ନିର୍ଯାତନା ଦେଉଛି । ସିବିଆଇ ଅଧିକାରୀମାନେ ଚାହୁଁଛନ୍ତି ଯେ ସେ ଏକ ମିଥ୍ୟା ସ୍ୱୀକାରୋକ୍ତିରେ ଦସ୍ତଖତ କରନ୍ତୁ। ଏମିତି ଅଭିଯୋଗ ଆଣିଛନ୍ତି ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହ । ସେ କହିଛନ୍ତି ଯେ, ୬ଦିନ ଧରି ମନୀଷ ସିସୋଦିଆଙ୍କୁ ସିବିଆଇ ରିମାଣ୍ଡରେ ନେଇଛି । ମନୀଷଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି । ସିବିଆଇ ଚାପ ପକାଇ ମଧ୍ୟ ତାଙ୍କ ଠାରୁ କୌଣସି ପ୍ରମାଣ ପାଇନାହିଁ । ସେମାନେ ତାଙ୍କ ବାସଭବନରେ ଚଢ଼ାଉ କରି ମଧ୍ୟ କିଛି ପାଇ ନଥିଲେ ବୋଲି ସେ କହିଛନ୍ତି । ଗତ ରବିବାର ଦିଲ୍ଲୀର ମଦ ଦୁର୍ନୀତି ଅଭିଯୋଗରେ ସିସୋଦିଆଆଙ୍କୁ ଗିରଫ କରାଯାଇଥିଲା।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ