ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ଜାମିନ ଆବେଦନ ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ବି ଅନ୍ୟ ଏକ ଆବେଦନ ଉପରେ କୋର୍ଟ ଆଶ୍ୱସ୍ତି ଦେଇଛନ୍ତି । ସିସୋଦିଆ ତାଙ୍କ ଚିକିତ୍ସାଧିନ ସ୍ତ୍ରୀଙ୍କ ସହ କଥା ହୋଇପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି । କୋର୍ଟ ତରଫରୁ ଜେଲ ଅଧିକ୍ଷକଙ୍କୁ ଆଦେଶ ଦେଇଛନ୍ତି କି ଜେଲର ନିୟମ ମୁତାବକ ସିସୋଦିଆ ଦିନ ୩ ଟାରୁ ୪ଟା ମଧ୍ୟରେ ଭିଡିଓ କଲ ମାଧ୍ୟମରେ ତାଙ୍କ ସ୍ତ୍ରୀ ସହ କଥା ହୋଇପାରିବେ । ସିସୋଦିଆ ଏବେ ସିବିଆଇ ଓ ଇଡି ଦ୍ୱାରା ଦାଖଲ କରାଯାଇଥିବା ମାମଲା ମୁତାବକ ନ୍ୟାୟିକ ହେପାଜତରେ ରହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ