ଫାଟିଲା ଗ୍ୟାସ୍ ସିଲିଣ୍ଡର । ଚାହୁଁ ଚାହୁଁ ଭୁଶୁଡ଼ି ପଡିଲା ୫ ଘର । ଅନେକ ଲୋକେ ଭଗ୍ନାଂଶ ତଳେ ଦବି ରହିଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା । ଆଜି ସକାଳୁ ମମ୍ବାଇର ଚେମ୍ବୁର ସ୍ଥିତ କ୍ୟାମ୍ପ ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲେ। ଏଥିରେ ୪ରୁ ୫ଟି ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଥିଲେ। ଫଳରେ ୨୦ରୁ ଅଧିକ ଲୋକେ ଏହି ଭଗ୍ନାଂଶ ତଳେ ଦବି ଯାଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଇଛି।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ