କାନଡାର ସସ୍କାଚ୍ୱେନ୍ ପ୍ରଦେଶରେ ଦୁଇଟି ସମ୍ପ୍ରଦାୟରେ ଘଟିଥିବା ସିରିଜ୍ ଛୁରାମାଡ଼ । ଘଟଣାରେ ୧୦ଜଣଙ୍କର ମୃତ୍ୟୁ ଓ ୧୫ଜଣ ଆହତ ହୋଇଥିବା ସରକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା । ତେବେ ଛୁରି ଭୁସିଥିବା ଦୁଇ ଫେରାର୍ ସନ୍ଦିଗ୍ଧଙ୍କୁ ପୋଲିସ ଖୋଜୁଛି । ପୋଲିସ କହିଛି ଯେ, ସସ୍କାତୁନ୍ର ଉତ୍ତରପୂର୍ବାଞ୍ଚଳ ଅନ୍ତର୍ଗତ ଜେମ୍ସ୍ ସ୍ମିଥ୍ କ୍ରି ନେସନ୍ ଏବଂ ୱେଲ୍ଡନ୍ ଗ୍ରାମର ଏକାଧିକ ସ୍ଥାନରେ ଏଭଳି କାଣ୍ଡ ଘଟିଛି । ସସ୍କାଚ୍ୱେନ୍ ‘ଆର୍ସିଏମ୍ପି’ର ସହକାରୀ କମିସନର୍ ରୋଣ୍ଡା ବ୍ଲାକ୍ମୋର୍ କହିଛନ୍ତି, କେତେଜଣ ପୀଡ଼ିତଙ୍କୁ ସନ୍ଦିଗ୍ଧମାନେ ଟାର୍ଗେଟ୍ କରିଥିବା ପରି ଜଣାପଡୁଥିବା ବେଳେ ଅନ୍ୟମାନଙ୍କୁ ବିନାକୌଣସି କାରଣରେ ନିର୍ବିଚାର ଭାବେ ଆକ୍ରମଣ କରାଯାଇଛି । ପୋଲିସ କହିବା ଅନୁସାରେ, ଦୁଇ ସନ୍ଦିଗ୍ଧ ହେଲେ ୩୧ ବର୍ଷିୟ ଡେମିଏନ୍ ସାଣ୍ଡେର୍ସନ୍ ଏବଂ ୩୦ ବର୍ଷିୟ ମାଇଲ୍ସ୍ ସାଣ୍ଡେର୍ସନ୍ । ତେବେ ଏନେଇ କାନଡୀୟ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ ସସ୍କାଚ୍ୱେନ୍ରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ଭୟାବହ ଓ ହୃଦୟବିଦାରକ । ପ୍ରିୟଜନଙ୍କୁ ହରାଇଥିବା ଓ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ଭାବନାରେ ମୁଁ ଦୁଃଖିତ ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର