The Topmost

“The eyes believe themselves, the ears believe other people.”

ସିରିଆରେ ଇସ୍ରାଏଲର ବିମାନ ଆକ୍ରମଣ

ସିରିଆରେ ଇସ୍ରାଏଲର ବିମାନ ଆକ୍ରମଣ । ଦାମିସ୍କ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ଅନ୍ୟ କେତେକ ପ୍ରତିଷ୍ଠାନ ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିଛି । ଏଥିରେ ସିରିଆର ୫ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି । ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ସିରିଆର କେତେକ ଯୁଦ୍ଧ ବିମାନ ମଧ୍ୟ ନଷ୍ଟ ହୋଇଛି । ୨୦୧୧ ମସିହାରୁ ସିରିଆର ରାଷ୍ଟ୍ରପତି ବସାର-ଅଲ-ଅସାଦଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନ ଗୃହଯୁଦ୍ଧରେ ପରିଣତ ହେବା ପରଠାରୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି ।