ଡିସେମ୍ବର ୧ରୁ ସିମକାର୍ଡ କିଣିବା ପାଇଁ ନୂଆ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ସିମ ଡିଲର ଓ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗିବ । ଡିସେମ୍ବରୁ ୧ରୁ ସିମକାର୍ଡ ଡିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ସହ ପଞ୍ଜୀକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ ଅପରେଟରଙ୍କ ଉପରେ ରହିବ । ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧୦ଲକ୍ଷ ଟଙ୍କା ଜରିମାନା । ସେହିପରି ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ କେବଳ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ । ଯଦି ଆପଣ ବ୍ୟବହାର କରୁଥିବା ସିମ କାର୍ଡ ବନ୍ଦ କରିଦେବେ ତେବେ ୯୦ଦିନ ଭିତରେ ଏହି ସିମ ଅନ୍ୟଜଣେ ଗ୍ରାହକଙ୍କୁ ଦିଆଯିବ । ଠକେଇ, ସାଇବର ସ୍କାମ, ରୋକିବା ପାଇଁ ସରକାର ଏହି ପରିବର୍ତ୍ତନ ଆଣିଛନ୍ତି ।
“The eyes believe themselves, the ears believe other people.”
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ