The Topmost

“The eyes believe themselves, the ears believe other people.”

ସିବିଆଇ ସମନକୁ କେ କବିତାଙ୍କ ବେଖାତିର

ମୁଁ ବ୍ୟସ୍ତ ଅଛି । ପଚରାଉଚରା ପାଇଁ ଯାଇପାରିବି ନାହିଁ । ସିବିଆଇ ସମନ ମିଳିବା ପରେ ଏଭଳି କହିଲେ କେ କବିତା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ସିବିଆଇ ଡିସେମ୍ବର ୨ରେ କେ କବିତାଙ୍କୁ ଜେରା ପାଇଁ ସମନ କରିଥିଲା । କବିତାଙ୍କର ମଦ ବ୍ୟବାସାୟୀ ସଂଗଠନ ସହ ସିଧାସଳଖ ସଂପୃକ୍ତି ଥିବା ‌ଅଭିଯୋଗ ହୋଇଥିବା ବେଳେ ସେ ୧୦୦ କୋଟି ଟଙ୍କା ଲାଞ୍ଚ କାରବାରରେ ସାମିଲ ଥିବା ନେଇ କେତେକ ପ୍ରମାଣ ମିଳିଛି । ଏ ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବା ପରେ ସିବିଆଇ ତାଙ୍କୁ ଜେରା କରିବାକୁ ସମନ କରିଥିଲା। ଡିସେମ୍ବର ୬ରେ କବିତାଙ୍କୁ ଜେରା ପାଇଁ ହାଜର ହେବାକୁ କୁହାଯାଇଥିଲା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ଅଦାଲତରେ ଇଡି ଦାଖଲ କରିଥିବା ରିପୋର୍ଟରେ ମଧ୍ୟ କବିତାଙ୍କ ନାମ ଉଲ୍ଲେଖ ଥିଲା।

SHARE BY