The Topmost

“The eyes believe themselves, the ears believe other people.”

CBI arrested chitra Ramkrishna @the topmost

ସିବିଆଇ ଜାଲରେ ଚିତ୍ରା ରାମକୃଷ୍ଣ

ନୂଆଦିଲ୍ଲୀ : ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଲୋକେସନ ମାମଲାରେ ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ସିବିଆଇ ଗିରଫ କରିଛି । ଗିରଫ ପରେ ଗତକାଲି ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରିଥିଲା। ମାମଲାରେ ପଚରା ଉଚରା ପାଇଁ ସିବିଆଇ ୧୪ ଦିନ ରିମାଣ୍ଡ ନିବେଦନ କରିଥିବାବେଳେ ୭ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି କୋର୍ଟ।ଏହା ପୂର୍ବରୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏନଏସଇଙ୍କ ପୂର୍ବତନ ଗ୍ରୁପ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟନଙ୍କ ସିବିଆଇ ହାଜତ ମିଆଦ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ। ସିବିଆଇ ସୁବ୍ରମଣ୍ୟନଙ୍କୁ ଚେନ୍ନାଇରୁ ଗିରଫ କରିଥିଲା। ତେବେ ସିବିଆଇ ଅଧିକାରୀମାନେ ଚିତ୍ରାଙ୍କୁ ଦୀର୍ଘ ୩ ଦିନ ପର୍ଯ୍ୟନ୍ତ ପଚରା ଉଚରା କରିବା ସହ ତାଙ୍କ ଘରର ତଲାସୀ ନେଇଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା।

@thetopmost-01 #thetopmost