ମହାରାଷ୍ଟ୍ରରେ ଦଳୀୟ ଚିହ୍ନ ଓ ନାଁକୁ ନେଇ ରାଜନୀତି । ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ଏହାକୁ ନେଇ ଜାରି ରହିଛି ତୁତୁ ମେମେ । ନିର୍ବାଚନ ଆୟୋଗ ଶିବସେନା ନାଁ ଓ ଦଳୀୟ ଚିହ୍ନକୁ ଏକନାଥ ସିନ୍ଦେ ଗୋଷ୍ଠୀକୁ ଦେଇଛନ୍ତି । ଏହାକୁ ନେଇ ଏବେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଲଗାତର ବିରୋଧ କରୁଛି । ଏନେଇ ଆଜି ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି । ଏହି ରାଜନୈତିକ ଲଢ଼େଇ ଭିତରେ ଏବେ ଏଣ୍ଟ୍ରି ମାରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସଞ୍ଜୟ କହିଛନ୍ତି, ନିର୍ବାଚନ ଚିହ୍ନ ଓ ଦଳର ନାଁକୁ ନେଇ ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ହୋଇଛି । ଏଥିରେ ୨ହଜାର କୋଟି ଟଙ୍କାର କାରବାର ହୋଇଛି। ଏ କଥା ଶତ ପ୍ରତିଶତ ସତ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି । ଖୁବଶୀଘ୍ର ଏହି ଦାବି ଉପରେ ପ୍ରମାଣ ଦେବେ ବୋଲି କହିଛନ୍ତି ସଞ୍ଜୟ । ସେ କହିଛନ୍ତି କି ଏହା ପୂର୍ବରୁ ଦେଶର ଇତିହାସରେ ଏହା କେବେ ହୋଇନଥିଲା। ଏହାର ପରିଣାମ ସିନ୍ଦେ ଗୋଷ୍ଠୀକୁ ଭୋଗିବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍