କିଛି ଦିନ ତଳେ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ସୁପ୍ରିମକୋର୍ଟର ବାର ଆସୋସିଏସନ ଅଧ୍ୟକ୍ଷ ବିକାଶ ସିଂହଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ମାମଲାର ଶୁଣାଣି ବେଳେ ଉଭୟ ସାମ୍ନାସାମ୍ନି ହୋଇଯାଇଥିଲେ । ଏହାକୁ ନେଇ ପରେ ବରିଷ୍ଠ ଆଇନଜୀବୀ କପିଲ ସିବଲ, ନିରଜ କିଶନ କୌଲ ସିଜେଆଇଙ୍କୁ କ୍ଷମା ମାଗିଥିଲେ । ତେବେ ବର୍ତ୍ତମାନ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟର ବାର ଆସୋସିଏସନ ଅଧ୍ୟକ୍ଷଙ୍କ ସମର୍ଥନରେ ଏକଜୁଟ ହୋଇଛନ୍ତି । ବାର ଆସୋସିଏନ ବୈଠକରେ ଉଭୟ ଆଇନଜୀବୀଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି । ମାର୍ଚ୍ଚ ୬ତାରିଖରେ ଆୟୋଜିତ ବୈଠକରେ ବାର ଆସୋସିଏସନ ତରଫରୁ ବୟାନ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ସଂଘର ୧୮୪ ସଦସ୍ୟ ସଭାପତିଙ୍କ ପ୍ରତି ସମର୍ଥନ ରଖି ପ୍ରସ୍ତାବ ରଖିଥିଲେ । ୨୩୫ ଜଣ ସଦସ୍ୟ କପିଲ ସିବଲ ଏବଂ କୌଲଙ୍କୁ ସ୍ପଷ୍ଟୀକରଣ ମାଗିବା ପ୍ରସ୍ତାବର ସମର୍ଥନ କରିଥିଲେ ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା