ଭାରତୀୟଙ୍କ ପ୍ରିୟ ଜଳଖିଆ ମଧ୍ୟରୁ ଏକ ହେଉଛି ସିଙ୍ଗଡ଼ା । ଯେତେବେଳେ ବି ଘରକୁ କେହି ଅତିଥି ଆସନ୍ତି, ପ୍ରଥମେ ତାଙ୍କୁ ସିଙ୍ଗଡ଼ା ହିଁ ପରଷା ଯାଇଥାଏ । ଏହାର ସ୍ୱାଦ ପାଇଁ ପିଲାଠୁ ବୟସ୍କ ସମସ୍ତେ ପସନ୍ଦ କରିଥାନ୍ତି । ଯଦି ଆପଣ ମଧ୍ୟ ସିଙ୍ଗଡ଼ା ପ୍ରେମୀ, ତେବେ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି, ଯେଉଁଠାରେ ସିଙ୍ଗଡ଼ା ଖାଇବା ଉପରେ କଟକଣା ଲଗାଯାଇଛି ।
ସୋମାଲିଆ ନାମକ ଦେଶରେ ଭୁଲ୍ରେ ବି କେହି ସିଙ୍ଗଡ଼ା ଖାଆନ୍ତି ନାହିଁ । ଏଠାରେ ସିଙ୍ଗଡ଼ା ନିଷେଧ କରିବାର କାରଣ ମଧ୍ୟ ଅଦ୍ଭୁତ । ସୂଚନା ଅନୁଯାୟୀ ସିଙ୍ଗଡ଼ାର ତ୍ରିକୋଣୀୟ ଆକାର ହିଁ ବ୍ୟାନର ମୂଳ କାରଣ । ସୋମାଲିଆର ଏକ ବାମପନ୍ଥୀ ଗୋଷ୍ଠୀ ବିଶ୍ୱାସ କରନ୍ତି ଯେ ସିଙ୍ଗଡ଼ାର ତ୍ରିକୋଣୀୟ ରୂପ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସହ ଜଡ଼ତ । ଏହା ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କର ପବିତ୍ର ଚିହ୍ନ । ତେଣୁ ଏହି ଚିହ୍ନକୁ ସୋମାଲିଆରେ ସମ୍ମାନ ଦେଇ ସିଙ୍ଗଡ଼ା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କଟକଣା ଅନୁଯାୟୀ ଏହି ଦେଶରେ ସିଙ୍ଗଡ଼ାକୁ କେହି ତିଆରି କରିପାରିବେ ନାହିଁ କି କିଣାବିକା କରିପାରିବେ ନାହିଁ ।
ଯଦି ଏପରି କେହି କରୁଥିବାର ଦେଖିବାକୁ ମିଳେ ସେମାନଙ୍କୁ ଦଣ୍ଡ ଦିଆଯାଇଥାଏ । ଅନ୍ୟ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ସୋମାଲିଆରେ ସିଙ୍ଗଡ଼ାକୁ ଆକ୍ରୋଶର ପ୍ରତୀକ ବୋଲି ବିବେଚନା କରାଯାଏ । ତେଣୁ ସମଗ୍ର ଦେଶରେ ଏହାକୁ ବ୍ୟାନ କରାଯାଇଛି ।
More Stories
ପତଳା ଶରୀର ପାଇଁ ଚିନ୍ତିତ କି, କରନ୍ତୁ ଏହି ଉପାୟ
ଜାଣନ୍ତୁ ସ୍ବାସ୍ଥ୍ୟ ପ୍ରତି କେତେ ଭୟଙ୍କର ଚା
ଉଚ୍ଚ ବିପି ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି ? ପ୍ରତିଦିନ ପିଅନ୍ତୁ ଏହି ସୁସ୍ଥ ପାନୀୟ