ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ । ସିଙ୍ଗାପୁର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଶନମୁଗରତ୍ନମ ୭୦ ପ୍ରତିଶତରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଗତକାଲି ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏଥିରେ ବହୁ ସଂଖ୍ୟା ଲୋକ ଅଂଶଗ୍ରହଣ କରିଥିଲେ । ୨୭ ଲକ୍ଷରୁ ଅଧିକ ଲୋକ ଭୋଟ ଦେଇଥିଲେ । ରାତି ୮ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଏହାପରେ ଭୋଟ ଗଣନା ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନ ଜିତିବା ପୂର୍ବରୁ ଥର୍ମନ ଶନମୁଗରତ୍ନମ ଦେଶର ଉପ-ପ୍ରଧାନମନ୍ତ୍ରୀ ଥିଲେ । ସେ ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୦୨ରେ ରାଜନୀତିରେ ପ୍ରବେଶ କରିଥିଲେ । ଶାସକ ଦଳ ପିପୁଲ୍ସ ଆକ୍ସନ ପାର୍ଟିରେ ରହି ବହୁ ଜନହିତକର କାମ କରିବା ସହ ପଦ ପଦବୀରେ ଦାୟିତ୍ବ ସମ୍ଭାଳିଥିଲେ । ସିଙ୍ଗାପୁରର ବିଦାୟୀ ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ଆସନ୍ତା ୧୩ ତାରିଖରେ ସରିବ । ସେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର