ସାକାର ହେଉଛି ମୁଖ୍ୟମନ୍ତ୍ରୀଙ୍କ ବିକାଶର ସ୍ବପ୍ନ । ବିଶ୍ବସ୍ତରୀୟ ହେଉଛି ଓଡ଼ିଶା । ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ଉଡିବ ଫ୍ଲାଇଟ୍ । ଉପକୃତ ହେବେ ସିଙ୍ଗାପୁର ଓ ବ୍ୟାଙ୍କକ ଯିବାକୁ ଚାହୁଁଥିବା ଯାତ୍ରୀ । ଜୁନ ୩ରୁ ସପ୍ତାହକୁ ଦୁଇଥର ଉଡାଣ ଭରିବ ଇଣ୍ଡିଗୋ । ଏନେଇ ବିମାନ ଚଳାଚଳର ଅଗ୍ରୀମ ଟିକେଟ୍ ବିକ୍ରି ଆଜିଠୁ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଗ୍ରୀମ ଟିକେଟ୍ ସେବାର ଶୁଭାରମ୍ଭ କରିବେ । ଯିବା ଆସିବା ପାଇଁ ଟିକେଟ୍ ମୂଲ୍ୟ ୧୫ହଜାର ରହିଛି । ସକାଳ ୬ଟା ୨୫ରେ ଭୁବନେଶ୍ବରରୁ ସିଙ୍ଗାପୁର ଉଡ଼ିବ ବିମାନ । ସେଠାରେ ଦିନ ଗୋଟେ ୫ରେ ପହଞ୍ଚିବ । ସେହିପରି ସିଙ୍ଗାପୁରରୁ ୨ଟା୧୦ରେ ବାହାରି ୩ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ । ପୁଣି ଭୁବନେଶ୍ବରରୁ ୪ଟା ୫୦ରେ ବ୍ୟାଙ୍କକକୁ ଉଡ଼ିବ ଫ୍ଲାଇଟ୍ । ସେଠାରୁ ପୁଣି ଭୁବନେଶ୍ବରକୁ ଆସିବ ବିମାନ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ