ଗତ ୩ ତାରିଖରେ ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ଅଚାନକ ତିସ୍ତା ନଦୀରେ ବନ୍ୟା ଆସିଥିଲା । ଏହି ବନ୍ୟା ଯୋଗୁଁ ମଙ୍ଗନ, ଗ୍ୟାଙ୍ଗଟକ୍, ପାକ୍ୟୋଙ୍କ ଏବଂ ନାମସିରେ ବିପୁଳ କ୍ଷୟକ୍ଷତି ହୋଇଛି । ଏହି ପ୍ରଳୟଙ୍କରି ବନ୍ୟାରେ ୨୫ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୫୬ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ଭିତରେ ପୁଣି ସିକ୍କିମ ପାଇଁ ଆସୁଛି ଆଉ ଏକ ବଡ ବିପତ୍ତି । ସିକ୍କିମରେ ଭାଙ୍ଗିପାରେ ଆଉ ଏକ ହ୍ରଦ । ରାଜଧାନୀ ଗ୍ୟାଙ୍ଗଟରୁ ୧୩୫ କିଲୋମିଟର ଦୂର ଲାଚେନ ଉପତ୍ୟାକାରେ ଥିବା ସାକୋ-ଚୁ ହ୍ରଦର ସ୍ଥିତି ଗୁରୁତର ରହିଛି । ବରଫ ତରଳି ଏଠାରେ ପାଣି ଜମା ହୋଇଛି । ଯେକୌଣସି ମୁହୂର୍ତ୍ତରେ ଏହା ଭାଙ୍ଗି ଯାଇପାରେ ବୋଲି କୁହାଯାଉଛି । ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସ୍ଥିତ ଘୋଷଣା କରାଯାଇଛି । ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ହଟାଇବା ଆରମ୍ଭ କରାଯାଇଛି । ଗତ ୩ ତାରିଖରେ ହୋଇଥିବା ବନ୍ୟାରେ ଏବେବି ଅନେକ ପର୍ଯ୍ୟଟକ ଫସି ରହିଛନ୍ତି । ଆଇଟିବିପି ଉଦ୍ଧାର କାର୍ଯ୍ୟରେ ଲାଗିଛି । ୨୫ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୧୨୦୦ ଘର ଧୋଇଯାଇଛି । ୧୦ହଜାର ଲୋକ ଭିନ୍ନଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି । ବୁରଦାଙ୍ଗ ଅଞ୍ଚଳରେ ନିଖୋଜ ଥିବା ସେନାର ୨୩ ଯବାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତଦେହ ତଳିଆ ଅଞ୍ଚଳରୁ ମିଳିଛି । ଏବେ ବି ୧୫ ଯବାନଙ୍କ ସହିତ ୧୪୩ ଲୋକ ନିଖୋଜ ଅଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍