The Topmost

“The eyes believe themselves, the ears believe other people.”

ସିକିମରେ ଏବେବି ଚାଲିଛି ଉଦ୍ଧାରକାର୍ଯ୍ୟ

ସିକିମରେ ବନ୍ୟା ବିଭୀଷିକା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେନା ଓ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ନିଖୋଜ ଯବାନଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି । ସେପଟେ ସିକିମ ବନ୍ୟାରେ ମୋଟ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେବି ୧୦୪ ନିଖୋଜ ଅଛନ୍ତି । ବିଭିନ୍ନ ସ୍ଥାନରେ ଫସିରହିଛନ୍ତି ୩ ହଜାରରୁ ଅଧିକ ପର୍ଯ୍ୟଟକ । ପ୍ରାୟ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଉତ୍ତର ସିକ୍କିମର ଲୋନାକ ହ୍ରଦର ଉପରିଭାଗରେ ମଙ୍ଗଳବାର ରାତିରେ ହୋଇଥିଲା ବାଦଲ ଫଟା ବର୍ଷା । ଚୁଙ୍ଗଥାଙ୍ଗ ଡ୍ୟାମ ବିପଦସଙ୍କେତ ଡେଇଁବା ପରେ ତିସ୍ତା ନଦୀରେ ହଠାତ ବଢିଆସିଥିଲା ବନ୍ୟାପାଣି । ଏପରିକି ତଳିଆ ଅଞ୍ଚଳରେ ନଦୀର ଜଳସ୍ତର ଅଚାନକ ୧୫ରୁ ୨୦ ଫୁଟ ବଢିଯାଇଥିଲା । ତିସ୍ତା ନଦୀ ଉପରେ ଥିବା ସିଙ୍ଗଥାମ ଫୁଟ ବ୍ରିଜ ଭାସି ଯାଇଛି । ପଶ୍ଚିମବଙ୍ଗ ସହ ସିକିମକୁ ଯୋଡୁଥିବା ଜାତୀୟ ରାଜପଥର ବହୁ ଭାଗ ନିଶ୍ଚିହ୍ନ ହୋଇଛି । ତିସ୍ତା ନଦୀରେ ପାଣି ଆସିବାରୁ ଏହାର ପ୍ରଭାବ ପଡୋଶୀ ପଶ୍ଚିମବଙ୍ଗରେ ମଧ୍ୟ ପଡିଛି ।