The Topmost

“The eyes believe themselves, the ears believe other people.”

ସିଏମ ଚେହେରା ଟପରେ କଂଗ୍ରେସ, ଭ୍ରଷ୍ଟାଚାରରେ ଟପରେ ବିଜେପି

ସିଏମ ଚେହେରା ଟପରେ କଂଗ୍ରେସ, ଭ୍ରଷ୍ଟାଚାରରେ ଟପରେ ବିଜେପି । ନିର୍ବାଚନ ୭ ଦିନ ପୂର୍ବରୁ ସର୍ଭେରେ ମତ ଦେଇଛନ୍ତି କର୍ଣ୍ଣାଟକ ଭୋଟର । ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ସର୍ଭେରେ ବିଜେପିକୁ ଦୁର୍ନୀତିଗ୍ରସ୍ତ କହିଛନ୍ତି ଜନତା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ସେମି ଫାଇନାଲ । ୨୪ରେ କ’ଣ ରହିବ ରାଜନୈତିକ ପାଣିପାଗ ତାହା କର୍ଣ୍ଣାଟକ ରେଜଲ୍ଟ ଉପରେ ନିର୍ଭର କରେ । ସେପଟେ କର୍ଣ୍ଣାଟକର ସମ୍ଭାବ୍ୟ ସିଏମ ପ୍ରାର୍ଥୀଙ୍କୁ ନେଇ ଜାତୀୟ ଗଣମାଧ୍ୟମ କରିଥିବା ଏକ ରିପୋର୍ଟରେ ସିଦ୍ଧରମୈୟା ଟପରେ ରହିଛନ୍ତି । ସିଏମ ଫେସ୍ ପାଇଁ ଲୋକପ୍ରିୟ ହେଉଛନ୍ତି କଂଗ୍ରେସର ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । କର୍ଣ୍ଣାଟକର ୪୦ ପ୍ରତିଶତ ଲୋକ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା କହିଛନ୍ତି ।