The Topmost

“The eyes believe themselves, the ears believe other people.”

ସିଇଓ ପଦରୁ ଇସ୍ତଫା ଦେବେ ମସ୍କ

ଟୁଇଟର ଛାଡ଼ିବେ ଏଲନ ମସ୍କ । ସିଇଓ ପଦରୁ ମସ୍କ ଇସ୍ତଫା ଦେବେ । ଟ୍ବିଟର ପୋଲ ରେଜଲ୍ଟ ଆଧାରରେ ଚିଫ୍ ଏକଜିକ୍ୟୁଟିଭ ପଦ ଛାଡ଼ିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ନିଜ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଟୁଇଟର ଛାଡ଼ିବା ନେଇ ମସ୍କ ଟୁଇଟରରେ ଏକ ପୋଲ୍ କରି ୟୁଜର୍ସଙ୍କ ମତ ଲୋଡିଥିଲେ । ଏହି ପୋଲରେ ୫୭ ଦଶମିକ ୫ ପ୍ରତିଶତ ୟୁଜର୍ସ ତାଙ୍କୁ କମ୍ପାନୀର ସିଇଓ ପଦ ଛାଡ଼ିବା ସପକ୍ଷରେ ଭୋଟ ଦେଇଛନ୍ତି । ତେବେ ୟୁଜର୍ସଙ୍କ ମତ ଆଧାରରେ ସେ ସିଇଓ ପଦ ଛାଡ଼ିବେ ବୋଲି କହିଛନ୍ତି । ସିଇଓ ପଦ ପାଇଁ ଜଣେ ଯୋଗ୍ୟ ବ୍ୟକ୍ତି ମିଳିବା ପରେ ସେ ଇସ୍ତଫା ଦେବେ ବୋଲି କହିଛନ୍ତି । ଏହାପରେ ସେ କେବଳ ସଫ୍ଟଓ୍ବେର ଓ ସର୍ଭର ଟିମ୍ କୁ ଲିଡ୍ କରିବେ ।