ମାଓବାଦୀଙ୍କ ଗୁଳିରେ ଜଣେ ସିଆରପିଏଫ୍ ଆଡିସନାଲ ସବ୍-ଇନସ୍ପେକ୍ଟର ସହିଦ, ଜଣେ ଯବାନ ଗୁରୁତର । ୪ ମାଓବାଦୀ ଗିରଫ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ବେଦରେ ସିଆରପିଏଫ୍ କ୍ୟାମ୍ପ ନିକଟରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀ ଗୁଳିରେ ସିଆରପିଏଫ୍ ଏ.ଏସ.ଆଇ ସୁଧାକର ରେଡ୍ଡୀ ସହିଦ ହୋଇଛନ୍ତି । ଗୁରୁତର ଯବାନଙ୍କ ନାଁ ରାମୁ । ତାଙ୍କୁ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି । ସିଆରପିଏଫ୍ କ୍ୟାମ୍ପରୁ ସାପ୍ତାହିକ ହାଟକୁ ଯିବାବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଚାରିଜଣ ମାଓବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି