ଡ୍ରୋନ୍ ଆକ୍ରମଣରେ ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜୱାହିରି ନିହତ । କୁଖ୍ୟାତ ଆତଙ୍କବାଦୀ ତଥା ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜୱାହିରି ମୃତ । ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ସିଆଇଏ ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣରେ ଅଲ୍-ଜୱାହିରିକୁ ନିହତ କରିଥିବା ଦାବି କରିଛି । ୨୦୧୧ରେ ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ-କାଏଦାକୁ ଏବେ ସବୁଠାରୁ ବଡ଼ ଝଟକା ଲାଗିଛି । ୭୧ ବର୍ଷୀୟ ଜୱାହିରି ଏକ ସମୟରେ ଲାଡେନର ଘରୋଇ ଡାକ୍ତର ଭାବେ କାମ କରୁଥିଲା । ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ହୋଇଥିବା ବିମାନ ଆକ୍ରମଣରେ ଅଲ୍-ଜୱାହିରି ଥିଲା ମାଷ୍ଟର ମାଇଣ୍ଡ । ଏହି ଆତଙ୍କୀ ଆକ୍ରମଣରେ ପାଖାପାଖି ୩ହଜାର ଲୋକ ପ୍ରାଣ ହରାଇଥିଲେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ