The Topmost

“The eyes believe themselves, the ears believe other people.”

ସିଂହମୂର୍ତ୍ତି ଭୁଲ ଲାଗିଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା

ଶ୍ରୀମନ୍ଦିର ସିଂହଦ୍ୱାରରେ ଲାଗିଥିବା ନୂଆ ରୂପା ଛାଉଣୀ ଦ୍ୱାରର ନିର୍ମାଣ ଶୈଳୀକୁ ନେଇ ବିବାଦ । ସିଂହଦ୍ୱାରରେ ଲାଗିଥିବା ସିଂହମୂର୍ତ୍ତି ଭୁଲ ଭାବରେ ଲଗାଯାଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହେଲେ ଘୁରିବୁଲୁଥିବା ଏହି ଫଟୋ କେହି ବ୍ୟକ୍ତି ଏଡିଟ କରି ଭୁଲ ଚିତ୍ରିତ କରି ସୋସିଆଲ ମିଡ଼ିଆରେ ଛଡ଼ାଯାଇଥିବା କୁହାଯାଇଛି । ଦୁଇ ସିଂହମୂର୍ତ୍ତିକୁ ଏଡ଼ିଟ କରି ଦୁଇ ସିଂହମୂର୍ତ୍ତିଙ୍କ ମୁହଁ ଗୋଟିଏ ପାଶ୍ୱର୍କୁ ରଖିଛନ୍ତି । ଏହାକୁ ନାଲି ଗାର ଟାଣି ସାମାଜିକ ଗଣମାଧ୍ୟମରେ ଛାଡ଼ିବା ସହ ନୂଆ ରୁପା ଝାଉଣି ଦ୍ୱାରର ଫଟୋ ଯୋଡ଼ି ରୁପା କାରୁକାର୍ଯ୍ୟ ନିର୍ମାଣବେଳେ ତ୍ରୁଟି କରାଯାଇଥିବା କୁହାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ପୂର୍ବରୁ ସିଂହଦ୍ୱାରରେ ଯେଉଁଭଳି ଦୁଇ ସିଂହମୂର୍ତ୍ତି ଥିଲା ଏବେ ବି ସେହିଭଳି ରହିଛି । ରୂପା ଲାଗିବା ପରେ କୈାଣସି ପରିବର୍ତନ ହୋଇନାହିଁ । କେହି ପୂର୍ବ କବାଟରେ ଥିବା ସିଂହମୂର୍ତ୍ତିକୁ ଏଡ଼ିଟ କରି ଭକ୍ତଙ୍କୁ ବିଭାନ୍ତ୍ରି କରିଛନ୍ତି ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।