ସାହାରା ଗ୍ରୁପରେ ଟଙ୍କା ନିବେଶ କରିଥିବା ଜମାକାରୀଙ୍କ ପାଇଁ ଖୁସି ଖବର । ଦୀର୍ଘଦିନ ଧରି ସାହାରା ଗ୍ରୁପରେ ଫଶି ରହିଥିବା ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀ ଠାରେ ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ଟଙ୍କା ଫେରସ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି କ୍ରମରେ ଆଜି ୧୧୨ ଜଣ ଜମାକାରୀଙ୍କୁ ବ୍ୟାଙ୍କ ଖାତାକୁ ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ଫେରାଇଛନ୍ତି । ଏନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ଏପର୍ଯ୍ୟନ୍ତ ୧୮ ଲକ୍ଷ ଜମାକାରୀ ଏହି ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରିସାରିଛନ୍ତି । ସୂଚନା ଅନୁସାରେ, ଜୁଲାଇ ୧୮ ତାରିଖରେ ସାହାରା ଇଣ୍ଡିଆ ଟଙ୍କା ଫେରସ୍ତ ନେଇ କେନ୍ଦ୍ର ଗୃହମନ୍ତ୍ରୀ ସାହାରା ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏବେ ସେହି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉଛି ଯେଉଁମାନଙ୍କର ମାଚ୍ୟୁରିଟି ଅବଧୀ ସମାପ୍ତ ହୋଇସାରିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ