The Topmost

“The eyes believe themselves, the ears believe other people.”

ସାରା ଦେଶରେ ବଣ୍ଟା ହେବ ହକି ଷ୍ଟିକ୍

କେବଳ କ୍ରିକେଟ ନୁହେଁ । ଏବେ ସାରା ଦେଶରେ ଚମକିବ ହକି । ହକିର ବିକାଶ ପାଇଁ ଅଣ୍ଟା ଭିଡ଼ିଛି ହକି ଇଣ୍ଡିଆ । ହକି ବିକାଶ ନିମନ୍ତେ ପର୍ଯ୍ୟାୟକ୍ରମେ ୧୧ ହଜାର ହକି ଷ୍ଟିକ୍, ୩୩୦୦ ହକି ବଲ୍ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ବାଣ୍ଟିବ ହକି ଇଣ୍ଡିଆ । ସମସ୍ତ ସଦସ୍ୟ ୟୁନିଟ୍ ଏବଂ ବଛାବଛା ଏକାଡେମୀ ହକି ଷ୍ଟିକ୍ ଓ ହକି ବଲ୍ ପାଇବେ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି । ଏହାଦ୍ବାରା ଦେଶର ହକି ଖେଳାଳିମାନେ ଉପକୃତ ହେବା ସାଙ୍ଗକୁ ଖେଳ ଅଧିକ ଆଦୃତ ହୋଇପାରିବ । ହକି ଖେଳାଳିମାନେ ସେମାନଙ୍କ କ୍ୟାରିୟର ଆରମ୍ଭରୁ ଉପଯୁକ୍ତ ସରଞ୍ଜାମ ପାଇପାରିବେ । ଖେଳାଳିମାନେ ନିଜକୁ କିପରି ଫିଟ୍ ରଖିପାରିବେ ସେହି ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦିଲୀପ ତିର୍କୀ କହିଛନ୍ତି ।