ପ୍ରତି ବ୍ଲକରେ କରାଯିବ ୨ଟି ମୋ ସେବା କେନ୍ଦ୍ର। OSWAS ଜରିଆରେ କାମ କରୁଛନ୍ତି ୧୫ହଜାର ସରକାରୀ କର୍ମଚାରୀ। ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୫ହଜାରରୁ ଅଧିକ ଗାଁରେ ଟେଲିକମ ସେବା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି।ସବୁଠି ଟାଓ୍ବାର ଲାଗିବ, ଏଥିପାଇଁ ୨ହଜାର ବର୍ଗଫୁଟ ଜାଗା ମାଗଣାରେ ଦେଉଛନ୍ତି ରାଜ୍ୟ ସରକାର। ବର୍ଷେ ଭିତରେ ସାରା ରାଜ୍ୟରେ 4G ସେବା ଯୋଗାଇ ଦିଆଯିବ। ଚଳିତ ବର୍ଷ ସବୁ ବ୍ଲକରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ । ଏହା ଜିଲ୍ଲା ହେଡକ୍ୱାର୍ଟର ସହ ଯୋଗାଯୋଗରେ ରହିବ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ