ଏଣିକି କାଗଜକଲମ ନୁହେଁ, ଗୋଟିଏ କ୍ଲିକରେ ସାମ୍ବାଦିକ ବୀମା । ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ସ୍ବାସ୍ଥ୍ୟ ବୀମା ହେଉ କି ଅନ୍ୟାନ୍ୟ ସହାୟତା ପାଇଁ ସାମ୍ବାଦିକଙ୍କୁ ଜିଲ୍ଲା କିମ୍ବା ରାଜ୍ୟ ମୁଖ୍ୟାଳୟକୁ ଆସିବାକୁ ପଡ଼ିବନାହିଁ । ଏହି ପୋର୍ଟାଲ ଜରିଆରସାମ୍ବାଦିକଙ୍କ ପାଇଁ ପୋର୍ଟାଲ ଲୋକାର୍ପିତ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । 5T ନୀତି ଉପରେ ଗୁରୁତ୍ୱ ଦେଇ ପୋର୍ଟାଲ ପ୍ରସ୍ତୁତ ହୋଇଛି । ଏହାଦ୍ବାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁଥିବା ଓଡ଼ିଆ ସାମ୍ବାଦିକ ଅନଲାଇନ କଲ୍ୟାଣ ଯୋଜନାର ସୁବିଧା ନେଇପାରିବେ । ରାଜ୍ୟ ସରକାର ଗୋପବନ୍ଧୁ କର୍ମୀଜୀବୀ ସମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା କରିଛନ୍ତି । ଚିକିତ୍ସା ପାଇଁ ସାମ୍ବାଦିକ ଓ ତାଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଦିଆଯାଉଛି । ମୃତ୍ୟୁ ହେଲେ ୪ଲକ୍ଷ ସହାୟତା ରାଶି ଯୋଗାଇ ଦିଆଯାଉଛି। ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏକ ମିଶନ। ସାମ୍ୱାଦିକମାନେ ସଚେତନ ସମାଜ ଗଠନ ପାଇଁ କାମ ଜାରି ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା