ସାମ୍ବାଦିକଙ୍କ ପାଇଁ ଛତିଶଗଡ ସରକାରଙ୍କ ପଦକ୍ଷେପ

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଛତିଶଗଡ଼ର କଂଗ୍ରେସ ସରକାର ପଦକ୍ଷେପ ନେଇଛନ୍ତି। ଛତିଶଗଡ ବିଧାନସଭା ବୁଧବାର ‘ଛତିଶଗଡ ମିଡିଆ ପର୍ସନ ସୁରକ୍ଷା ବିଲ୍ ୨୦୨୩’ ପାରିତ କରିଛି। ଯାହା ଗଣମାଧ୍ୟମ ବ୍ୟକ୍ତିମାନଙ୍କୁ ସୁରକ୍ଷା ଯୋଗାଇବ। ସେମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଏହି ବିଲର ଲକ୍ଷ୍ୟ ରଖିଛି। ଏହାକୁ ଐତିହାସିକ ବିଲ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି। ବିରୋଧୀ ବିଜେପି ବିଧାୟକମାନେ ଏହି ବିଲକୁ ବିଧାନସଭାର ଯାଞ୍ଚ କମିଟି ନିକଟକୁ ପରୀକ୍ଷା ପାଇଁ ପଠାଇବାକୁ ଦାବି କରିଥିଲେ। ଯାହାକୁ ବାଚସ୍ପତି ଚନ୍ଦ୍ରଦାସ ମହନ୍ତ ପ୍ରତ୍ୟାଖ୍ୟାନ କରିଥିଲେ।

SHARE BY