ଆଗକୁ ବଡ଼ଦିନ ଓ ହକି ବିଶ୍ୱକପ୍ । ଏହାକୁ ନଜରରେ ରଖି କମିଶନରେଟ ପୋଲିସର ରଣନୀତି । ଅପରାଧ ଓ ଅପରାଧୀଙ୍କୁ ଚେକ୍ ଦେବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଯୋନ 6 ଏସିପିଙ୍କ ନେତୃତ୍ୱରେ ଇନଫୋସିଟି ଓ ଚନ୍ଦ୍ରଶେଖପୁର ଅଞ୍ଚଳରେ ମିଳିତ ପାଟ୍ରୋଲିଂ । ଆଇଆଇସି ଓ ସ୍ପେଶାଲ ଟିମ ରାସ୍ତା କଡରେ ଥିବା ଦୋକାନ ଓ ହୋଟେଲ ଗୁଡିକରେ ଚେକିଂ କରିବା ସହ ରାତି ସାଢ଼େ 10ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଳମ୍ବିତ ରାତି ପଯ୍ୟନ୍ତ ଦୋକାନ ଖୋଲିବା ଦ୍ୱାରା ନିଶାଡୀ ଓ ଅପରାଧୀ ମାନେ ଏକାଠି ହେଉଛନ୍ତି । ତେବେ ଆଗାମୀ ଦିନରେ ଅଭିଯାନକୁ ଜୋରଦାର କରାଯିବା ବୋଲି ଏସିପି କହିଛନ୍ତି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି