The Topmost

“The eyes believe themselves, the ears believe other people.”

ସାପ୍ତାହିକ ବଜାରରେ ମାଓ ପୋଷ୍ଟର ଦେଖି ଲୋକେ ଭୟଭୀତ

ବଲାଙ୍ଗିର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ବ୍ୟାନର । କିଛି ଦିନ ନୀରବତା ପରେ ଆଜି ସକାଳୁ ଖପ୍ରାଖୋଲ ବ୍ଲକର ଘୁନସର ସାପ୍ତାହିକ ବଜାରର ପ୍ରାଙ୍ଗଣରେ କିଛି ମାଓ ପୋଷ୍ଟର ଟଙ୍ଗା ହୋଇଥିଲା । ଯାହାଫଳରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ତେବେ ଏହି ବ୍ୟାନରରେ ୬ଗୋଟି ଦାବି ରଖିଛନ୍ତି । ମାଓବାଦୀଙ୍କ ୧୯ ତମ ସ୍ଥାପନା ଦିବସକୁ ଗାଁ ଗାଁରେ ଧୁମଧାମରେ ପାଳନ କରନ୍ତୁ । ଶତ୍ରୁର ଆକ୍ରମଣରୁ ପାର୍ଟିକୁ ବଞ୍ଚାଇ ରଖନ୍ତୁ । ପାର୍ଟିକୁ ଧୋକ୍କା ଦେଇ ପୋଲିସକୁ ସୂଚନା ଦେଉଥିବା ଲୋକଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ ଦିଅନ୍ତୁ । ପାର୍ଟି ଆପଣଙ୍କର ଅଟେ, ପୀଡ଼ିତ ଲୋକଙ୍କର ମୁକ୍ତି ପାଇଁ ସଂଘର୍ଷ କରୁଅଛୁ । ଏହି ପାର୍ଟି କୁ ବଞ୍ଚାଇ ରଖିବା ଗରିବ ଲୋକମାନଙ୍କ ଦାୟିତ୍ୱ ଅଟେ । ପୋଲିସର ସୂଚନା ଦାତାଙ୍କୁ ଗାଁରୁ ଖେଦି ଦିଅନ୍ତୁ । ମାଓବାଦୀ ପାର୍ଟିକୁ ସହଯୋଗ କରନ୍ତୁ । ଏହାସହ ତଳେ ଉଲ୍ଲେଖ ରହିଛି ବିବିଏମ ଡିବିଜନ କମିଟି ।