The Topmost

“The eyes believe themselves, the ears believe other people.”

ସାଧାରଣ ଜନତାଙ୍କୁ ମହଙ୍ଗାମାଡ

ସଙ୍କଟରେ ଶ୍ରୀଲଙ୍କା ସ୍ଥିତି । ଆର୍ଥିକ ସମସ୍ୟାରୁ ଆରମ୍ଭ ହୋଇଥିବା ସଙ୍କଟ ଏବେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି । ଜନତାଙ୍କ ଆକ୍ରୋଶ ମଧ୍ୟରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂହେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଉତ୍ୟକ୍ତ ଲୋକେ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଘେରାଉ କରି ରଖିଛନ୍ତି । ସଡ଼କରେ ସେନା ନିୟୋଜିତ ଥିବାବେଳେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସମେତ ଅନେକ ନେତା ଅଣ୍ଡରଗ୍ରାଉଣ୍ଡ ହୋଇଗଲେଣି । ଏସବ ଭିତରେ ଶ୍ରୀଲଙ୍କାରେ ଖାଦ୍ୟ ପାନୀୟ ସମେତ ଅନେକ ଜରୁରୀ ସାମଗ୍ରୀ ଦର ଏବେ ଆକାଶଛୁଆଁ । ସୂଚନା ଅନୁସାରେ ଶ୍ରୀଲଙ୍କାରେ ଏବେ ଟମାଟୋ ଦର କିଲୋ ପିଛା ୧୫୦ ଟଙ୍କାରେ ପହଞ୍ଚିଛି । ମୂଳା ଦର କିଲୋ ପିଛା ୪୯୦ ଟଙ୍କା, ଆଳୁ ୨୨୦ ଟଙ୍କା ଏବଂ ପିଆଜ ୨୦୦ ଟଙ୍କାରେ ବିକ୍ରି ହେଉଛି ।