ପ୍ରକାଶ ପାଇଛି ସାତକୋଶିଆ ଅଭ୍ୟୟାରଣ୍ୟର କୁମ୍ଭୀର ଓ ପକ୍ଷୀ ଗଣନା ତାଲିକା । ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବଢିଛି । ସେପଟେ ସାତକୋଶିଆରେ ପକ୍ଷୀଙ୍କ ସଂଖ୍ୟା କମିଥିବା ବେଳେ ନୂଆ ପ୍ରଜାତିର ପକ୍ଷୀ ସାତକୋଶିଆ ଆସିନଥିବା ଜଣାପଡିଛି । ଚଳିତ ବର୍ଷ ମୋଟ ୧୧୧ଟି କୁମ୍ଭୀର ଠାବ କରାଯାଇଛି, ଗତବର୍ଷ ୯୦ଟି କୁମ୍ଭୀର ଠାବ କରାଯାଇଥିଲା । ସେହିପରି ଗତ ବର୍ଷ ୬୩ଟି ପ୍ରଜାତିର ୩ ହଜାର ୮୭୮ଟି ପକ୍ଷୀ ସାତକୋଶିଆକୁ ଆସିଥିଲେ । ତେବେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ୫୪୮ଟି କମ ପକ୍ଷୀ ଆସିଥିବା ଜଣାପଡିଛି । ସେହିପରି ଭିତରକନିକାରେ ମଧ୍ୟ କୁମ୍ଭୀର ସଂଖ୍ୟା ବଢିଛି । ଗତବର୍ଷ ୧୭୯୩ କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ୧ହଜାର ୮୧୧ରେ ପହଞ୍ଚିଛି । ଅର୍ଥାତ ଗତବର୍ଷ ଠାରୁ ଏବର୍ଷ ୧୮ କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟ ଜଣାପଡ଼ିଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା